ପୁଣି ଥରେ ଜେରାର ସମ୍ମୁଖୀନ ହେବେ DFO ଓ ବିଦ୍ୟାଭାରତୀ

ଭୁବନେଶ୍ୱର : ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବା ପରେ ପୁଣି ଥରେ ତଦନ୍ତ ପରିସର ଭୁକ୍ତ ହେବେ ଡିଏଫ୍ଓ । ଶନିବାର ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏତଲାରେ ରହିଥିବା ସମସ୍ତ ନାମକୁ ପୁନର୍ବାର ଜେରାରେ ସାମିଲ କରାଯିବ । ଫଳରେ ଡିଏଫ୍ଓ ଏବଂ ରୋଷେୟାକୁ ପୁନର୍ବାର ଜେରା କରାଯିବା ସ୍ପଷ୍ଟ ହୋଇଛି । ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ର ପୋଡି ହୋଇ ମୃତ୍ୟୁବରଣ କରିଥିବା ବେଳେ ଇତି ମଧ୍ୟରେ ମୃତ୍ୟୁକୁ ପୁରିଛି ଏକ ମାସ । ଏଯାଏଁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ଡିଏଫଓ ଏବଂ ରୋଷେୟାଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇସାରିଛି । ତେବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ପୁନର୍ବାର ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ପୂର୍ବରୁ ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଥିବା ବେଳେ ବାସ୍ତବ ସତ୍ୟ କଣ ତାହା ଆଗକୁ ଜଣାପଡିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *