ସ୍ତ୍ରୀ ଓ ଶ୍ୱଶୁର ପାଇଁ ଜୀବନର ଚରମ ନିଷ୍ପତି ନେଲେ ଜ୍ୱାଇଁ

ରାଉରକେଲା : ପ୍ରଥମେ ଭିଡିଓ, ପରେ ସୋସିଆଲ ମିଡିଆରେ ଅପଲୋଡ ଆଉ ତାପରେ ଆତ୍ମହତ୍ୟା । ଆତ୍ମହତ୍ୟା ପୂର୍ବରୁ ଏଭଳି ଭିଡିଓ କରି କହିଛନ୍ତି ଆତ୍ମହତ୍ୟା କରିବାର କାରଣ । ବେଡ୍ ଉପରେ ଶୋଇ ରହି ମନେ ମନେ ଗପୁଛନ୍ତି । ଆଉ ନିଜ ଦୁଃଖ ବେଦନାକୁ ଅନ୍ୟ ମାନଙ୍କ ସହିତ ସେୟାର କରିଛନ୍ତି । ଏ ଭିଡିଓ ଦେଖିଲେ ତ ଆପଣ ସେଭଳି କିଛି ମନେ ହେବ । ପୋଲିସ ଭ୍ୟାନ ଡ୍ରାଇଭର ବାବୁଙ୍କ ନିସ୍ତୁକ ମାଡ଼ ଏବଂ ପତ୍ନୀଙ୍କ ମିଛ ଅଭିଯୋଗ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ଏହି ଯୁବକ । ରାଉରକେଲା ରେଲୱେ କଲୋନୀ ଅଂଚଳର ବିବେକାନନ୍ଦ ବସ୍ତି ରେ ରୁହନ୍ତି ଯୁବକ ବିକାଶ ମୁଖୀ । ବିକାଶ ଓ ତାଙ୍କ ସ୍ତ୍ରୀ ସରିତା ମୁଖିଙ୍କ ସହିତ ଗତ ୪ ମାସ ତଳେ ଝଗଡା ହୋଇଥିଲା ଯେଉଁଥି ପାଇଁ ସ୍ତ୍ରୀ ଅନ୍ୟତ୍ର ଯାଇ ବାପା ଘରେ ରହୁଥିଲେ । ଗତକାଲି ସରିତା ଅଭିଯୋଗ କରିବାରୁ ଗତ କାଲି ରାତିରେ ବିକାଶକୁ ଉଠାଇ ନେଇଥିଲେ ଗୋପବନ୍ଧୁପଲ୍ଲୀ ଫାଣ୍ଡି ପୋଲିସ । ଏହାପରେ ରାତି ରେ ବିକାଶ ଘରକୁ ଆସି ନିଜ ମୋବାଇଲରେ ସୁଟ କରିଥିଲେ ଏହି ଆତ୍ମହତ୍ୟା ପୂର୍ବର ଭିଡିଓ । ଭିଡିଓ ରେ କହିଥିଲେ ଯେ ପୋଲିସ ଡ୍ରାଇଭର ଜଣକ ଘଟଣା ସମ୍ପର୍କରେ କିଛି ନଜାଣି ନଶୁଣି ମତେ ବହୁତ ମାରିଥିଲେ ଓ ମୁ ଆଜି ମୋ ସ୍ତ୍ରୀ ସରିତା ଓ ଶ୍ୱଶୁର ଘନଶ୍ୟାମ ଦୀପଙ୍କ ପାଇଁ ଆତ୍ମହତ୍ୟା କରୁଛି ବୋଲି ଭିଡିଓରେ କହିଥିଲେ । ତେବେ ସକାଳେ ଘର ଭିତରେ ବିକାଶଙ୍କର ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବିକାଶଙ୍କ ପରିବାର ଲୋକଙ୍କ କହିବା ମୁତାବକ ପୋଲିସ ତାକୁ ପିଟି ପିଟି ମାରିଦେଇଛି । ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ମେସାନଙ୍କୁ ଦଣ୍ଡ ଦିଆଯାଉବୋଲି ଦାବି କରିଛନ୍ତି । ବର୍ତ୍ତମାନ ପୋଲିସ୍ ଏହି ମାମଲାର ତଦନ୍ତ ଚଳାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *