ହାଇ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର : ହାଇଆଲର୍ଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ଧମକ ପରେ ଭୁବନେଶ୍ୱରରେ ହାଇଆଲର୍ଟ ଜାରି ହୋଇଛି । ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ SOP ଜାରି ହୋଇଛି । ଏସଓପି ମୁତାବକ, ୧୦ ଦିନ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ବିମାନ କର୍ତ୍ତୃପକ୍ଷ ।ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବାଦ୍ କାହାରିକୁ ଛଡାଯିବ ନାହିଁ । ଭିଜିଟର ପାସ୍ ଦିଆଯିବନି । ଯାତ୍ରୀଙ୍କୁ କଡ଼ା ଚେକିଂ କରାଯିବ । ଏହା ସହିତ ଟର୍ମିନାଲ ନିକଟକୁ ଗାଡି ଆସିବ ନାହିଁ । ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ । ୧୩ଟି ୱାଚ ଟାୱାରରେ ଦୁଇ ଜଣ ଲେଖାଏଁ ଯବାନ ମୁତୟନ କରାଯିବ । ଟର୍ମିନାଲ ଭିତର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ । ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ । ଅଗଷ୍ଟ ୧୫ ପାଇଁ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *