ବଦଳିଲା ‘ଖେଳରତ୍ନ’ ଆୱାର୍ଡର ନାମ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ ହକିିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ ଜରିଆରେ ଏହାର ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଖେଳରତ୍ନର ନାଁ ପରିବର୍ତ୍ତନ ହୋଇଛି ବୋଲି ମୋଦୀ କହିଛନ୍ତି । ନୂଆ ଘୋଷଣା ପରେ ଏବେ ପୁରସ୍କାରର ନାଁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ କୁହାଯିବ । ଖାସ୍ କଥା ହେଉଛି କି, ଗୋଟିଏ ଦିନ ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପତକ ହାତେଇଛି ଭାରତ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଦେଶକୁ ଗର୍ବିତ କରିଥିବା ମୁହୂର୍ତ୍ତ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳରତ୍ନ ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦ ଜୀଙ୍କୁ ସମର୍ପିତ କରାଯିବା ଉଚିତ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାଁରେ ନାମିତ କରାଯାଉଛି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *