SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ

କଟକ : କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା ଜଣାପଡିଛି । କିନ୍ତୁ କେଉଁ ପରିସ୍ଥିତିରେ ପଡିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସୂଚନା ମୁତାବକ, ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ । ସେହିପରି ମଙ୍ଗବାର ଦିନ ଜଣେ ବୃଦ୍ଧ ମଧ୍ୟ କୋଭିଡ ହସ୍ପିଟାଲ ପାଇଖାନାରେ ପ୍ରାଣ ହରାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *