ଆସନ୍ତା ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି । ପଠାଣିସାମନ୍ତ ପ୍ଲାନେଟାରିୟମ୍ ପ୍ରବେଶ ପଥରେ ଥର୍ମାଲ୍‌ ସ୍କାନିଂ ସହ ପରିଦର୍ଶନ ସମୟରେ ପର୍ଯ୍ୟଟକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ପ୍ଲାନେଟାରିୟମ୍ ଶନି ଓ ରବିବାର ବ୍ୟତୀତ ଅନ୍ୟସବୁ ଦିନ ଖୋଲା ରହିବ । ଏଥିରେ ପ୍ରବେଶ ପାଇଁ ସମସ୍ତ ବୟସ୍କମାନଙ୍କୁ ଅନ୍ତିମ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲା ରହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *