କାଜଲଙ୍କ ପରଫେକ୍ଟ ଫିଗରର କଣ ଗୁମର ?

ମୁମ୍ବାଇ:  ଅଭିନୟ ଯେମିତି, ଫିଟନେସ୍ ସେମିତି । ଫିଟ୍ ଆଣ୍ଟ୍ ଫାଇନ୍ ଅଭିନେତ୍ରୀଙ୍କ ମଧ୍ୟରେ କାଜୋଲ୍ ନିଜର ନିଆରାପଣ ଜାହିର କରିପାରିଛନ୍ତି । ଅଗଷ୍ଟ ୫ରେ ସେ ଛୁଇଁଛନ୍ତି ୪୫ ବର୍ଷ । କିନ୍ତୁ ୪୫ରେ ପୂରା ଚମକୁଥିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଫିଟନେସ୍ ରହସ୍ୟ କଣ ଆଉ କଣ ରହିଛି ଗୁମର? କାଜୋଲ୍ ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ ନିଷ୍ଠାର ସହ ସାଧନା ଜାରି ରଖିଛନ୍ତି । ଖୁବ୍ ପରିଶ୍ରମ କରିଆସୁଛନ୍ତି । ପରଫେକ୍ଟ ଫିଗର୍ ପାଇଁ ନିଜଠୁ କମ୍ ବୟସର ଅଭିନେତ୍ରୀଙ୍କୁ ଚାଲେଞ୍ଜ୍ ଦେଉଥିବା କାଜୋଲ୍ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିଛନ୍ତି । ସେହିପରି ରୋଗଠାରୁ ଦୂରେଇ ରହିବା ପାଇଁ ସେ ଚେଷ୍ଟା କରିଆସିଛନ୍ତି । ଏଥିପାଇଁ ୱର୍କଆଉଟ୍ ସହ ସ୍ୱାସ୍ଥ୍ୟକର ଖାଦ୍ୟ ନେବାକୁ ସେ ଆଦୌ ଭୁଲନ୍ତି ନାହିଁ । ଆଉ କଣ କରନ୍ତି କାଜୋଲ୍ ? ଡାଇଟ୍ରେ କାଜୋଲ୍ ପ୍ରୋଟିନଯୁକ୍ତ ଖାଦ୍ୟସାମଗ୍ରୀକୁ ଗୁରୁତ୍ୱ ଦିଅନ୍ତି । ଫାଇବର୍ ଓ ଭିଟାମିନ୍ ମାତ୍ରା ଅଧିକ ଥିବା ଖାଦ୍ୟ ସାମଗ୍ରୀ ତାଙ୍କର ପସନ୍ଦ । ସକାଳୁ ଫଳ ଜୁସ୍ ସହ ହାଲୁକା ଜଳଖିଆ କରନ୍ତି । ମାଛ, ଚିକେନ୍, ଅଣ୍ଡା ଓ ନଟ୍ସ ଏବଂ ପନୀର ଖାଇବାକୁ କାଜୋଲ୍ ଅଧିକ ପସନ୍ଦ କରନ୍ତି । ସେହିପରି ଜଙ୍କ୍ ଫୁଡ୍ସ ଆଉ ଡ୍ରିଙ୍କ୍ସରୁ ସେ ସର୍ବଦା ଦୂରୋଇ ରୁହନ୍ତି । ଡିନର୍ରେ ତରଳ ପଦାର୍ଥଯୁକ୍ତ ଖାଦ୍ୟ ନିଅନ୍ତି ଯାହାକି ହଜମ ପ୍ରକ୍ରିୟା ସହଜରେ ହୋଇପାରିବ । ତେବେ ଦିନ ତମାମ୍ ୪ରୁ ୫ ଥର କିଛି ନା କିଛି ନିଶ୍ଚିତ ଖାଆନ୍ତି କାଜୋଲ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *