ସିଲ୍ ହେଲା ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ ସିଲ୍‌ ହୋଇଛି । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଆଜି ଉକ୍ତ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୁଲିସ‌। ଗତକାଲି ଏହି ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦିଆଯାଉଥିବା ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ ଏଚପି କମ୍ପାନୀ ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି ଏଚପି ଏରିଆ ଇନଚାର୍ଜ ଶୁଭବ୍ରତ ଖାନ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *