ପୁରୁଷ ଜାଗାରେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଫରହାନ ଅଖତର

ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି । ଜର୍ମାନୀକୁ ୫-୪ରେ ହରାଇ କାଂସ୍ୟ ପଦକ ନିଜ ନାମରେ କରିଛି ଭାରତୀୟ ପୁରୁଷ ହକି ଦଳ । ଚାରି ଦଶନ୍ଧିପରେ ଏହି ସଫଳତା ପାଇବା ପରେ ହକି ଦଳକୁ ସମଗ୍ର ଦେଶରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି । ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ପ୍ରତିଟି ସାମାଜିକ ଗଣମାଧ୍ୟମରେ ଦଳକୁ ଶୁଭେଚ୍ଛା ଜଣାଯାଉଛି । ଅନେକ ସେଲିବ୍ରିଟି ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ହେଲେ ଏହା ମଧ୍ୟରେ ଫରହାନ ଅଖତର ମଧ୍ୟ ଟ୍ୱିଟ୍ କରିଥିଲେ, ମାତ୍ର ତରବରିଆରେ ଏମିତି କିଛି ତ୍ରୁଟି କରି ଦେଲେ ଯାହାକୁ ନେଇ ଫରହାନ ଟ୍ରୋଲର ଶିକାର ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *