ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବିଜୟ ଲାଭ କରିଛି ଭାରତୀୟ ହକି ଟିମ୍ । ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ଜିତିଛି ପଦକ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନ୍ଜଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ  ଗୋଲ ଦେଇଥିଲେ । ଆଜି ହକି ଇଣ୍ଡିଆର ଖେଳାଳିମାନେ ୧୩୦ କୋଟି ଭାରତୀୟମାନଙ୍କର ହୃଦୟ ଜିତିଛନ୍ତି । ଐତିହାସିକ ବିଜୟକୁ ନେଇ ସାରା ଦେଶରେ ଖୁସିର ଲହର ଖେଳିଯାଇଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସିମରନଜିତ ସିଂ ଏବଂ ରୁପିନ୍ଦର ପାଲ ଗୋଲ ସ୍କୋର କରିଥିଲେ। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *