ଅମିତ ଶାହ କାଲି ସଂସଦ ଆସିଲେ ମୁଁ ଲଣ୍ଡା ହେବି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦ ଆସିଲେ ମୁଁ ଲଣ୍ଡା ହୋଇଯିବି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଟିଏମସି ସାଂସଦ ଡେରେକ ଓ ବ୍ରାଏନ୍ । ଯଦି ଅମିତ ଶାହ ସଂସଦର କୌଣସି ଗୃହକୁ ଆସି ୯ ବର୍ଷୀୟା ବାଳିକାର ଦୁଷ୍କର୍ମ ଓ ହତ୍ୟା ଉପରେ ବିବୃତି ରଖନ୍ତି ତେବେ ସେ ନିଜକୁ ଲଣ୍ଡାୂ କରିବେ ବୋଲି ଡେରେକ କହିଛନ୍ତି । ସଂସଦରେ ବିପକ୍ଷ ଦଳ ଅର୍ଥନୀତି, ଚାକିରି, ଦର ବୃଦ୍ଧି ଓ ଜାତୀୟ ସୁରକ୍ଷା(ପେଗାସସ) ପରି ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି । ମାତ୍ର ସରକାର ଏସବୁ ଆଲୋଚନାରୁ ପଛଘୁଞ୍ଚା ଦେଉଛନ୍ତି । ଅମିତ ଶାହ ପେଗାସସ ଉପରେ ମତ ରଖିବା ପରିବର୍ତ୍ତେ ପଳାୟନ କରୁଛନ୍ତି । ଏପରି ପରସ୍ଥିତିରେ ଯଦି ସେ ବୁଧବାର ସଂସଦର କୌଣସି ବି ସଦନରେ ନିଜର ମତ ରଖନ୍ତି ତେବେ ମୁଁ ଲଣ୍ଡା ହେବି ବୋଲି କହିଛନ୍ତି ଡେରେକ୍ । ମୁଁ ସଂସଦରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅଥବା ପ୍ରଧାନମନ୍ତ୍ରୀଙ୍କୁ ଦେଖି ପାରୁନାହିଁ । ଏପରି ପରସ୍ଥିତିରେ ରାଜଧାନୀ ଦିଲ୍ଲୀରେ ଜଣେ ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଉଛି । ଏହାର ଉତ୍ତର ରଖାଯିବା ଆବଶ୍ୟକ ବୋଲି କହିଛନ୍ତି ଡେରେକ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *