ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଲା ସିବିଆଇ । ସିବିଆଇର ୪ ଜଣିଆ ଟିମ୍‌ ଭୁବନେଶ୍ୱର ଝାରପଡ଼ା ଜେଲରେ ପହଞ୍ଚି ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି। କ୍ୟାପିଟାଲ୍‌ ହସ୍‌ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ CBI କାର୍ଯ୍ୟାଳୟକୁ ଯିବ ବିବନ। ଆସନ୍ତାକାଲି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବ ବିବନ । ଦୁଇ ଦିନ ଚାଲିବ ଜେରା । ଅଭିଯୁକ୍ତର ବୟାନ ରେକର୍ଡ କରାଯିବ । ଖୋଲିବ ୨୨ବର୍ଷ ତଳର ସେହି ବର୍ବରକାଣ୍ଡର ଗୁମର । ବାରଙ୍ଗ ନିକଟରେ ଯେଉଁଠି ଘଟଣା ଘଟିଥିଲା ସେଠାକୁ ବିବନକୁ ସାଙ୍ଗରେ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ ହୋଇପାରେ । ଷଡ଼ଯନ୍ତ୍ର ପଛର ସତ ବିବନ ମୁହଁରୁ ବାହାର କରିବ ସିବିଆଇ । ଗଣଦୁଷ୍କର୍ମର ପଛରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ ଅଞ୍ଜନା । ଅଧିକ ପ୍ରମାଣ ଯୋଗଡ଼ା କରିବ ସିବିଆଇ । ସାକ୍ଷୀଙ୍କର ବି ବୟାନ ରେକର୍ଡ ହୋଇପାରେ । ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ବି କରିପାରେ ସିବିଆଇ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *