ରାଜ୍ୟରେ ଆଜି ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ ରାଜ୍ୟକୁ କରୋନା କବଳିତ କରିସାରିଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ୧୮ ଜଣ, କଟକରୁ ୧୦ ଜଣ, ପୁରୀରୁ ୯ ଜଣ, ମୟୂରଭଞ୍ଜରୁ ୬ ଜଣ, ଅନୁଗୁଳରୁ ୫ ଜଣ, ଯାଜପୁରୁ ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗିର, ନୟାଗଡ଼ରୁ ୨ ଜଣ ଲେଖାଏଁ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *