ଚିନ୍ତା ବଢ଼ାଉଛି ଆର୍ ଭ୍ୟାଲ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଓ ପୁରୀରେ ୧ ଉପରେ ରହୁଛି ଆର ଭାଲ୍ୟୁ । ଏନେଇ ସୂଚନା ଦେଇଛି ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ ସାଇନ୍ସ  । ଆଇଏମଏସସିର ସୂଚନା ଅନୁସାରେ, ଭୁବନେଶ୍ୱର, କଟକ, ପୁରୀ, କନ୍ଧମାଳ ଓ ଖୋର୍ଦ୍ଧାରେ ଜୁଲାଇ ୨୩ରୁ ଅଗଷ୍ଟ ୧ ମଧ୍ୟରେ ଆର୍ ଭାଲ୍ୟୁ ହାରାହାରି ୦.୮୯ ପ୍ରତିଶତ ରହିଛି  । ଭୁବନେଶ୍ୱରରେ ସର୍ବାଧିକ ଆର ଭାଲ୍ୟୁ ୧.୨୪ ଥିବା ବେଳେ ପୁରୀରେ ଆର ଭାଲ୍ୟୁ ୧.୧୩ ରହିଛି  । ରାଜଧାନୀରେ ୧୨୪ ଜଣଙ୍କୁ ସଂକ୍ରମିତ କରୁଛନ୍ତି ୧୦୦ ଜଣ  । ସେହିପରି ପୁରୀରେ ୧୧୩ ଜଣଙ୍କୁ ୧୦୦ ଜଣ ସଂକ୍ରମିତ କରୁଛନ୍ତି  । କଟକ ସହରରେ ୦.୯୭, କଟକ ଜିଲ୍ଲାରେ ୦.୯୧, ଖୋର୍ଦ୍ଧାରେ ୦.୯୪ ଓ କନ୍ଧମାଳରେ ଆର ଭାଲ୍ୟୁ ରହିଛି ୦.୯୨  । ସେହିପରି ଭଦ୍ରକ ଓ ଜଗତସିଂହପୁରରେ ଆର ଭାଲ୍ୟୁ ୧ ପାଖାପାଖି ରହୁଛି  । ଭବିଷ୍ୟତରେ ଏହି ସ୍ଥାନରେ ଆର ଭ୍ୟାଲୁ ୧ ପାର କରିପାରେ ବୋଲି ଆଇଏମଏସସି ପକ୍ଷରୁ କୁହାଯାଇଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *