ବିଦ୍ୟାଭାରତୀ ଦେଖେଇବେ ଡେମୋ!

ଭୁବନେଶ୍ୱର : ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଦେଖାଇବେ ଡେମୋ। ବିଦ୍ୟାଙ୍କୁ ପୁଣି ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍। ଦୁର୍ଘଟଣା ସନ୍ଧ୍ୟାରେ କଣ ଘଟିଥିଲା ଓ କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ? ଏ ସମ୍ପର୍କରେ ଭଲରେ ଖୋଳତାଡ଼ କରିବ ପୋଲିସ୍। ସୂତ୍ର ଅନୁସାରେ ପୋଲିସ ବିଦ୍ୟାଭାରତୀଙ୍କୁ  ପାରଳାଖେମୁଣ୍ଡି ଆଣିପାରେ ପୋଲିସ। ସିନ୍ ରିକ୍ରିଏସନ୍ ପାଇଁ ଗଜପତି ପୋଲିସ ଉଦ୍ୟମ କରୁଛି। ସୌମ୍ୟଙ୍କ ଶରୀର ଜଳିବା ବେଳେ ବିଦ୍ୟା କେଉଁଠି ଥିଲେ ଓ କଣ କରୁଥିଲେ ?  କେତେବେଳେ ଦେଖିଲେ ? ଲିଭାଇବାକୁ ସେ କଣ କରିଥିଲେ ? ଏମିତି ସବୁ ଦେଖାଇ ପାରନ୍ତି ଡେମୋ। ପୋଲିସ୍ ତଦନ୍ତ ରହିଛି ବିଦ୍ୟାଭାରତୀଙ୍କ ପାଖରେ। ସେ ହିଁ କହିପାରିବେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା। ପୋଷ୍ଟମର୍ଟମ ରିପୋର୍ଟରୁ ସୌମ୍ୟ ପୋଡ଼ିହୋଇ ମରିବା ସ୍ପଷ୍ଟ ହୋଇଛି । କିନ୍ତୁ ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *