ଘର ଭିତରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁରେ ଭାଲୁ ଆତଙ୍କ। ଅରୁଣ କୁମାର ବିଶୋୟୀଙ୍କ ଏକ ନିର୍ମାଣାଧୀନ ଘର ଭିତରେ ତିନୋଟି ଭାଲୁ ପଶିଛନ୍ତି। ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ରାସ୍ତା କଡ଼ରେ ଘରଟି ଥିବାରୁ ଲୋକଙ୍କ ସେହି ରାସ୍ତା ଦେଇ ଯାତାୟତ ରହିଛି। ସମସ୍ତେ ଅଧିକ ଭୟଭୀତ ହୋଇପଡିଛନ୍ତି। ଖବରପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଭାଲୁମାନେ ଏ ପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ’ ଲୋକେ ଭୟଭୀତ ଅଛନ୍ତି। ଗାଁ’ ନିକଟରେ ଜଙ୍ଗଲ ଥିବାବେଳେ ସବୁବେଳେ ଭାଲୁମାନଙ୍କ ଚଳପ୍ରଚଳ ରହୁଥାଏ।

ଆଜି ସକାଳୁ ୩ଟି ଭାଲୁ ଏକ ନିର୍ମାଣାଧୀନ ଗୃହ ଭିତରେ ପଶିଥିବା ଗାଁ’ ଲୋକେ ଦେଖିଥିଲେ। ଏହାପରେ ଘଟଣାସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିବାରୁ ଭାଲୁମାନେ ଆଉ ଘରୁ ବାହାରିପାରୁ ନଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଧରିବାକୁ ଚେଷ୍ଟା ଚାଲିଥିବା ବେଳେ ମା’ ଭାଲୁ ବାହାରି ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଛୁଆ ଭାଲୁ ଦୁଇଟି ପାଖରେ ଥିବା ଆମ୍ବ ତୋଟାକୁ ଚାଲି ଯାଇଥିବା ଦେଖିବାକୁ ମିଳିଛି। ତଥାପି ବନବିଭାଗ ଭାଲୁର ଗତିବିଧି ଲକ୍ଷ୍ୟ କରି ଗାଁ’ରେ ଜଗି ରହିଛି। ଦିନକୁ ଦିନ ଭାଲୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ଜଙ୍ଗଲ ଅବକ୍ଷୟ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ବନବିଭାଗ ପକ୍ଷରୁ ଭାଲୁ ମାନେ କେମିତି ସୁରକ୍ଷିତ ରହିବେ ଏହା ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି। ରାସ୍ତା ଉପରେ ଥିବା ଏକ ଘରେ ଭାଲୁ ରହୁଥିବା କାରଣରୁ କୌଣସି ଅଘଟଣା ଆଗକୁ ନଘଟିବ ଏହା ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *