ମାତ୍ର ଦେଢ଼ ଟଙ୍କାର ମେଡିସିନରେ ଠିକ୍‌ ହେଉଛନ୍ତି କରୋନା ରୋଗୀ!

ନୂଆଦିଲ୍ଲୀ : କରୋନା ରୋଗ ପାଇଁ ଏକ ଭଲ ପ୍ରତିଷେଧକ ବିକଶିତ କରିବା ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । ହେଲେ କରୋନାକୁ ସମ୍ପୂର୍ଣ୍ଣଭାବେ ପ୍ରତିହତ କରାଯାଇ ପାରିନାହିଁ । ଏହି ସମୟରେ ମାତ୍ର ଦେଢ଼ ଟଙ୍କାର ମେଡିସିନ କରୋନାକୁ ଭଲ କରୁଥିବା ଜାଣି ସମଗ୍ର ବିଶ୍ୱ ଚକିତ । ଏହି ମେଡିସିନର ନାମ ହେଉଛି ‘ମେଟଫର୍ମୀନ’ । ଏହା ସାଧାରଣତଃ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଯାହାକି ଏବେ କରୋନା ରୋଗ ପାଇଁ ବେଶ ଉପାଦେୟ ହୋଇପାରିଛି । ଆମେରିକାର ମିନ୍ନେସୋଟା ୟୁନିଭରସିଟି ପ୍ରାୟ ୬ ହଜାର ରୋଗୀଙ୍କ ଉପରେ ମେଟ୍‌ଫର୍ମୀନ ମେଡିସିନ ବ୍ୟବହାର କରିଥିଲେ । ଯାହାକି କରୋନା ରୋଗରେ ମୃତ୍ୟୁ ହାର କମାଇବାରେ ଦେଖାଯାଇଥିଲା ବୋଲି ଏହି ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରକାଶ କରିଛନ୍ତି । ଇଂରାଜୀ ଖବରକାଗଜ ‘ଦି ସନ୍‌’ ର ରିପୋର୍ଟ ଅନୁଯାୟୀ ବ୍ରିଟେନର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ନେସନାଲ ହେଲ୍‌ଥ ସର୍ଭିସ ପ୍ରଥମରୁ ଏହି ମେଡିସିନର ବ୍ୟବହାର କରିଆସୁଛି । ଏହା ସାଂଘାତିକ ଡାଇବେଟିଜ ରୋଗୀ ଓ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ଉପରେ ବେଶ ପ୍ରଭାବଶୀଳ ବୋଲି ଗବେଷକମାନେ କହିଛନ୍ତି ।

ବୁହାନ ରୋଗୀଙ୍କୁ ଭଲ କରିଛି ମେଟଫର୍ମୀନ :

କରୋନାର ଉତ୍ପତ୍ତି ସ୍ଥଳ ବୁହାନ ର ସାଂଘାତିକ ଅବସ୍ଥାରୁ ଏହି ମେଟଫର୍ମୀନ ମେଡିସିନ ରକ୍ଷା କରିଛି ବୋଲି ଗବେଷଣାରୁ ଜଣାପଡ଼ିଛି । ବୁହାନର ଗବେଷକ ଜାଣିବାକୁ ପାଇଥିଲେ ଯେ ମେଟଫର୍ମୀନ ନେଇଥିବା ରୋଗୀଙ୍କ ମଧ୍ୟରେ ମାତ୍ର ୩ ଜଣ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ମେଟଫର୍ମୀନ ନେଇ ନଥିବା ୨୨ ଜଣ ରୋଗୀଙ୍କ ମୃତୁ ହେବାର ଦେଖାଯାଇଥିଲା । ମାତ୍ର ଦେଢ଼ ଟଙ୍କାର ମେଟଫର୍ମୀନ ମେଡିସିନ କରୋନ ଉପରେ ପକାଉଥିବା ପ୍ରଭାବକୁ ଦେଖି ସଭିଏଁ ଏବେ ଚକିତ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *