ଦୁଇ ଡୋଜ ଟିକା ନେଇଥିଲେ ଦେଖିପାରିବେ ସିନେମା

ଭୁବନେଶ୍ୱର: ପାଖାପାଖି ଦୁଇ ମାସ ପରେ ପୁଣିଥରେ ଓଡ଼ିଶାର ଦର୍ଶକ ବଡ଼ ପରଦାର ମଜା ନେଇ ପାରିବେ । ଅନଲକ୍ ପ୍ରକ୍ରିୟା କ୍ରମରେ ରାଜ୍ୟ ସରକାର ଫିଲ୍ମହଲ  ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି । ସର୍ତ୍ତ ହେଉଛି ଫିଲ୍ମ ହଲ ଗୁଡିକ ଖୋଲିବ କିନ୍ତୁ ୫୦ ପ୍ରତିଶତ କ୍ଷମତାର ସହିତ ଖୋଲିବ । ଅର୍ଥାତ ସିନେମା ହଲ ନିଜ ମୋଟ ସିଟର ୫୦ ପ୍ରତିଶତ ଟିକେଟ୍ ହିଁ ବିକ୍ରି କରିପାରିବେ । ସିଟ୍ ସିଟ୍ ମଧ୍ୟରେ ବ୍ୟବଧାନ ରହିବ ଯେମିତି ସାମାଜିକ ଦୂରତା ବଜାୟ ରହିବ । ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି ଦେବା ସହିତ ହଲ କର୍ତ୍ତୁପକ୍ଷଙ୍କ ପାଇଁ କିଛି ଦାୟିତ୍ୱ ମଧ୍ୟ ନିର୍ଧାରିତ କରିଛନ୍ତି ।

ଗାଇଡ ଲାଇନ୍ ଅନୁସାରେ ଯେଉଁ ପ୍ରାପ୍ତ ବୟସ୍କ ଦର୍ଶକ ସିନେମା ହଲକୁ ଯିବେ ସେମାନଙ୍କ ପାଇଁ ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ । କରୋନା ଟିକାର ଦୁଇ ଡୋଜ୍ ନେଇଥିଲେ ହିଁ ସିନେମା ହଲ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ଟିକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା  । ସେହିପରି ହଲ କର୍ତ୍ତୁପକ୍ଷ ସିନେମା ଦେଖିବାକୁ ଯାଉଥିବା ଦର୍ଶକଙ୍କ ପ୍ରମାଣପତ୍ର ଯାଂଚ୍ କରିବା ପରେ ଭିତରକୁ ପ୍ରବେଶ ଅନୁମତି ଦେବେ ।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଯାତ୍ରା ମଧ୍ୟ ୫୦ ପ୍ରତିଶତ ସିଟ୍ କାପାସିଟିକୁ ନେଇ ଅନୁଷ୍ଠିତ ହେବ । ସିନେମା ହଲ ଓ ଯାତ୍ରା ପାଇଁ ସରକାରଙ୍କ ଅନୁମତି ଦ୍ୱାରା ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଉପକୃତ ହେବେ । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ହୋଇ ପଡିଥିବାରୁ ଅନେକ କଳାକାରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଯାତ୍ରା ପାଇଁ ଅନୁମତି ମିଳିବା ପରେ ଯାତ୍ରା କଳାକାରଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *