ଡରାଇଲାଣି ଡେଙ୍ଗୁ

ଭୁବନେଶ୍ୱର : କରୋନା ମହାମାରୀର ଭୟ ସମ୍ପୂର୍ଣ୍ଣ ଟଳିନଥିବାବେଳେ ସମ୍ପ୍ରତି ରାଜଧାନୀରେ ଡେଙ୍ଗୁ ଭୟ ଘାରିଲାଣି । ତେବେ ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନତା କରାଇଛନ୍ତି ବିଭିନ୍ନ ମହିଳା ଗୋଷ୍ଠୀ । ରୋଗଦାଉରୁ କିଭଳି ସୁରକ୍ଷିତ ରହିହେବ ଏବଂ ଏଥିପାଇଁ କଣ ସବୁ କରିବାକୁ ପଡ଼ିବ ସେନେଇ ମହିଳା ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ଘରଘର ବୁଲି ବୁଝାଇଛନ୍ତି । ରାଜଧାନୀର ସାଲିଆସାହି ନିରଙ୍କରି ନଗର ଅଞ୍ଚଳରେ ଏଭଳି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ୱାର୍ଡ ନଂ-୨୧ର ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା, ସାରଥୀ ମହିଳା ଆରୋଗ୍ୟ ସମିତି ଏବଂ ଶ୍ରୀ ଶ୍ରୀ ମହିଳା ଆରୋଗ୍ୟ ସମିତି ତରଫରୁ ଘରକୁ ଘର ବୁଲି ଡେଙ୍ଗୁ ସମ୍ପର୍କରେ ଲୋକଙ୍କୁ ବୁଝାଇ ଦିଆଯାଇଥିଲା । ଘର ଆଖପାଖରୁ ଆବର୍ଜନା ହଟାଇବା, ଦୀର୍ଘଦିନ ଧରି ଜମି ରହିଥିବା ପାଣି ସଫା କରିବା ଓ ସୁସ୍ଥ ଜଳ ପିଇବା ସହ ମଶା ଦାଉରୁ ବର୍ତ୍ତିବା ସମ୍ପର୍କରେ ମହିଳାମାନେ ଲୋକଙ୍କୁ ବୁଝାଇଥିଲେ । ଏଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ମଧ୍ୟ କରାଯିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *