ହୀରାକୁଦରେ ଖୋଲିଲା ୪ଟି ଗେଟ୍
ସମ୍ବଲପୁର : ହୀରାକୁଦରେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ପାଇଁ ୪ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳ ଭଣ୍ଡାରକୁ ଅଧିକ ଜଳ ପଶୁଥିବାରୁ ଗେଟ୍ ଖୋଲାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୦୭.୩୭ ଫୁଟ ରହିଛି । ଏବେ ହୀରାକୁଦକୁ ସେକେଣ୍ଡେ ପ୍ରତି ୭୭,୭୭୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେକେଣ୍ଡ ପ୍ରତି ୨୩,୩୩୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।