ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ଟୋକିଓ : ଆରମ୍ଭ ହୋଇ ଯାଇଛି ଖେଳ ମହାକୁମ୍ଭ।  ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି ।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି।  ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ନ୍ୟୁଜିଲାଣ୍ଡକୁ ହରାଇଛନ୍ତି।  ଟେବୁଲ ଟେନିସରେ ଭାରତର ଚୀନ ସହ ମୁକାବିଲା ବିଶେଷ ଭଲ ନ ଥିଲା। ମୋନିକା ବାତ୍ର ଏବଂ ଶରତ କମଳଙ୍କ ଯୋଡ଼ି ଚୀନ୍‌ର ୟୁନ ଲିନ୍‌ ଏବଂ ଚିଂଗ ଝୋଂଗଙ୍କ ମଧ୍ୟରେ ହୋଇଥିଲେ । ଖେଳର ପ୍ରାରମ୍ଭିକ ସ୍ଥିତି ବିଶେଷ ଭଲ ନ ଥିଲା। ପ୍ରଥମ ଗେମ୍‌ରେ  ଭାରତୀୟ ଯୋଡ଼ି ୮-୧୧ରେ ହାରି ଯାଇଛନ୍ତି।  ସେହିଭଳି  ଭାରତୀୟ ମହିଳା ହକି ଟିମ୍ ମଧ୍ୟ ପ୍ରଥମ ମ୍ୟାଚ ଖେଳିବ ।  ଅଧିନାୟିକା ରାନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନେଦରଲାଣ୍ଡକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି  । ୪୯ କେଜି ଭାରୋତ୍ତୋଳନରେ ମୀରାବାଇ ଚାନୁ  ପ୍ରତିଦ୍ୱନ୍ଦୀତା କରିବେ ।  ମିକ୍ସଡ୍ ତିରନ୍ଦାଜୀ ଟିମ୍ ଇଭେଣ୍ଟରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ।  ଆଜି ସୁଟିଂ ଟେବୁଲ ଟେନିସ, ବ୍ୟାଡମିଣ୍ଟନରେ ଭାରତୀୟ ଆଥଲେଟ୍ ମାନେ ପଡିଆକୁ ଓହ୍ଲାଇବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *