କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା : ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ମୃତଦେହ ଉଦ୍ଧାର

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ମୃତଦେହ ମିଳିବା ଘଟଣା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ମୃତଦେହକୁ ଉଦ୍ଧାର ନେଇ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୫ ଫୁଟ ମାଟି ଖୋଳି ମୃତଦେହକୁ ପୋତାଯାଇଥିବା ପୋଲିସ ଅନୁମାନ କରୁଛି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡ଼ିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛନ୍ତି । ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ  ପୋତାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ  କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯ଼ାଉଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *