ଲଦାଖ ପରେ ଏବେ ଉତ୍ତରାଖଣ୍ଡ ଉପରେ ଚୀନର ଆଖି

ନୂଆଦିଲ୍ଲୀ :  ଗତ ଏକ ବର୍ଷରୁ ଅଧିକ ସମୟ ହେବ ଲଦାଖ ସୀମାରେ ଭାରତ ଓ ଚିନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଚିନ ସେନା ଉତ୍ତରାଖଣ୍ଡର ବାରାହୋଟି କ୍ଷେତ୍ରର ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ନିଜ ଗତିବିଧିକୁ ଆହୁରି ମଜବୁତ କରିଦେଇଛନ୍ତି । କିଛି ଦିନ ହେବ ପିପୁଲ୍ସ ଲିବରେସନ ଆର୍ମିର ଏକ ଭାଗ ସେଠାରେ ସକ୍ରିୟ ଥିବା ଲକ୍ଷ କରାଯାଇଛି । ବିଶେଷ ସୂତ୍ରରୁ ଜଣାଯାଇଛିକି ପିପିଏର ପାଖାପାଖି ୩୫ ଜଣ ସୈନ୍ୟର ଏକ ପ୍ଲାଟୁନ ଉତ୍ତରାଖଣ୍ଡର ବାରାହୋଟି ଅଂଚଳର ଆଖପାଖରେ ତନାଘନା କରିବା ଆରମ୍ଭ କରିଦେଇଛନ୍ତି । ଖାଲିଯେ ତନାଘନା କରୁଛନ୍ତି ତାହା ନୁହେଁ କିଛି ଛୋଟ ମୋଟ ଅହିଂସାତ୍ମକ ଘଟାଉଥିବା ଜଣାଯାଇଛି । ସୂତ୍ର ଅନୁଯାୟୀ ଜବାବରେ ଭାରତ ବି ସେହି ସ୍ଥାନରେ ନିଜ ସ୍ଥିତି ମଜବୁତ କରିବାକୁ ଜୋର ଦେଉଛି ।

ଚୀନ ସେହି ସ୍ଥାନରେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିବା ପରେ ଭାରତ ଏନେଇ ଅଧିକ ପ୍ରାଧାନ୍ୟ ଦେଉଛି । ଚିନୁକ ହେଭି ଲିଫଟ ହେଲିକପ୍ଟର ସେହି ସ୍ଥାନରେ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଭାରତ ଏହି ପଦକ୍ଷେପ ନେଉଥିବା ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି । ମଧ୍ୟ ସେକ୍ଟରରେ ଭାରତର ସ୍ଥିତି ଖୁବ ମଜବୁତ ଅଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାବତ ଓ କେନ୍ଦ୍ରୀୟ ସେନା ପ୍ରମୁଖ ଲେଫନାଣ୍ଟ ଜେନେରାଲ ବାଇ ଡିମରୀ ବି ନିକଟରେ କେନ୍ଦ୍ରୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ସେ ସ୍ଥାନ ଗୁଡିକର ପରିସ୍ଥିତିର ସମୀକ୍ଷା କରିଛନ୍ତି ।ବାରାହୋଟି ଅଂଚଳର ଆଖପାଖ ସ୍ଥିତ ଏକ ଏୟାରବେସ ଅଂଚଳରେ ଚିନ ଗତିବିଧି ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି । ଆଉ ସେଠାରେ ଅନେକ ସଂଖ୍ୟକ ଦ୍ରୋନ କ୍ୟାମେରା ମୁତୟନ କରାଯାଇଛି । ଏହାର ଜବାବରେ ଭାରତୀୟ ବାୟୁସେନା ବି କିଛି ଏୟାରବେସ ଆକ୍ଟିଭ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *