ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସିଦ୍ଧୁ

ଅମ୍ରିତସର: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତ ସିଂ ସିଦ୍ଧୁ ମନୋନୀତ ହେବା ପରେ ସମର୍ଥକଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ ୬୨ ଜଣ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ମାନଙ୍କ ପାଇଁ ସିଦ୍ଧୁ ଏକ ଭୋଜିର ବ୍ୟବସ୍ଥା କରିଥିଲେ । ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ସିଦ୍ଧୁ । ଏପଟେ ପଞ୍ଜାବ କଂଗ୍ରେସର ନୂଆ କରି ମଙ୍ଗ ଧରିବା ପରେ ଅମ୍ରିତସରର ପବିତ୍ର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ ନବଜୋତ ସିଂହ ସିଦ୍ଧୁ । ସେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଯାଇ ହରମିନ୍ଦର ସାହିବରେ ମୁଣ୍ଡିଆ ମାରିବା ସହ ପ୍ରାର୍ଥନା କରିଥିଲେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ କିଛି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ କରିଛନ୍ତି । ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀନ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି । ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ । ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ର୍ନିବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇନଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *