୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ୪୮ ଘଣ୍ଟା ମଧ୍ୟରେ ଆସୁଛି ବଡ଼ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁଇ ଦିନ ଭିତରେ ବଡ଼ ଧରଣର ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୭ଟି ଜିଲ୍ଲା ତଥା କଟକ, ଭଦ୍ରକ, ଜଗତସଂହପୁର, କେନ୍ଦ୍ରାପଡା, ସମ୍ବଲପୁର, ଦେଓଗଡ ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ବର, କନ୍ଧମାଳ, ଯାଜପୁର, ମୟୂଭରଞ୍ଜ ଏବଂ ସୁନ୍ଦରଗଡରେ ମଧ୍ୟ ପ୍ରବଳ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଜୁନ୍୧ ତାରିଖରୁ ଜୁଲାଇ ୨୧ତାରିଖ ପର୍ଯ୍ୟନ୍ତ ୩୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ କମ୍ । ବର୍ତ୍ତମାନ ସୁଦ୍ଧା ୨୬ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୨ଶହ ମିଲିମିଟର କମ୍ ବର୍ଷା ରେକର୍ଡ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *