ଦିଅଁ ଦର୍ଶନରୁ ବଞ୍ଚିତ ଭକ୍ତ : ରଥ ଚଢ଼ି ଫଟୋ ଉଠାଇଲେ

ବିନା ଭକ୍ତରେ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହେଲେ ବଡ଼ଠାକୁରଙ୍କ ରଥରେ ୨ଯୁବକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଦୁଇଜଣ ସେବାୟତ ନା ଅଣ ସେବାୟତ ତାହା ସ୍ପଷ୍ଟ ହୋଇନଥିବାବେଳେ ଏହି ଦୁଇଜଣ ତାଙ୍କ ସୋସିଆଲ ସାଇଡରେ ଏହିପରି ଫଟୋ ଉଠାଇ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି । ଯଦି ସେବାୟତ ହୋଇଥାନ୍ତେ ତାହାହେଲେ ଏହି ଲେଖା ହୋଇନଥାନ୍ତା । ସେମାନେ ବଳଭଦ୍ରଙ୍କ ସିଂହାସନରେ ବସି ଦୁଇଜଣ ଫଟୋ ଉଠାଇଛନ୍ତି । ଦୁଇଜଣ ମାସ୍କ ପିନ୍ଧିଛନ୍ତି ତେଣୁ ଏହା ଚଳିତ ବର୍ଷର ବୋଲି ଅନୁମାନ କରିହେଉଛି । ବର୍ତ୍ତମାନର କଟକଣା ଯୋଗୁଁ ସାଧାରଣ ଭକ୍ତ ରଥ ସ୍ପର୍ଶ କରିପାରୁନଥିବା ବେଳେ କେମିତି ରଥ ଉପରେ ଚଢି ସେଲଫି ନେଲେ ଦୁଇ ଯୁବକ ଏ ନେଇ ପ୍ରଶ୍ନ ଉଠିଛି । ଏଥିସହିତ ଏଭଳି ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *