ରାଜ୍ୟରେ ଆଉ ୧ହଜାର ୯୨୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧ହଜାର ୯୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୯ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ରାଜ୍ୟରେ ଏଯାଏଁ ମୋଟ୍‌ ୫ହଜାର ୨୪୧ ସଂକ୍ରମିତଙ୍କ ଜୀବନ ନେଲାଣି କରୋନା । ୨୪ ଘଣ୍ଟାରେ ୨୩ଶହ୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ହଜାରେ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୮୧୨ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ବରରୁ ୧୧୧, ପୁରୀରୁ ୧୦୩, ଷ୍ଟେଟପୁଲରୁ ଶହେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୯୧, ମୟୂରଭଞ୍ଜରୁ ୯୦, ଢେଙ୍କାନାଳରୁ ୭୫, କେନ୍ଦ୍ରାପଡାରୁ ୭୩, ନୟାଗଡ଼ରୁ ୬୪, ଅନୁଗୁଳରୁ ୫୫, ସୁନ୍ଦରଗଡ଼ରୁ ୩୮, ସମ୍ବଲପୁରରୁ ୩୩, କେନ୍ଦୁଝରରରୁ ୩୨, ବରଗଡ଼ରୁ ୨୭, ରାୟଗଡ଼ାରୁ ୨୨, ଭଦ୍ରକରୁ ୧୯, କନ୍ଧମାଳ ଓ ମାଲକାନଗିରିରୁ ୧୮ଜଣ ଲେଖାଏଁ, ନବରଙ୍ଗପୁରରୁ ୧୫, ବଲାଙ୍ଗୀରରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡା, କୋରାପୁଟ ଓ ସୋନପୁରରୁ ୮ଜଣ ଲେଖାଏଁ, ବୌଦ୍ଧ ଓ କଳାହାଣ୍ଡିରୁ ୭ଜଣ ଲେଖାଏଁ, ଦେବଗଡ଼ରୁ ୬, ନୂଆପଡାରୁ ୫, ଗଜପତିରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୯ହଜାର ୯୮୬ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ୩୫ହଜାର ୭, ଆକ୍ଟିଭ କେସ୍ ରହିଛି ୧୯ହଜାର ୬୮୫ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *