ବନ୍ୟାରେ ମଲେଣି ୧୮୦ରୁ ଅଧିକ ଲୋକ

ନୂଆଦିଲ୍ଲୀ: ଜର୍ମାନୀ-ବେଲଜିୟମରେ ରେକର୍ଡ ବର୍ଷା ପରେ ଏବେ ନଦୀରେ ଭୟଙ୍କର ଜଳପ୍ରଳୟ ହୋଇଛି । ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମରେ ବିନାଶକାରୀ ବନ୍ୟା ପରେ ଚାରିଆଡ଼େ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ରବିବାର ପର୍ଯ୍ୟନ୍ତ ୧୮୦ରୁ ଅଧିକ ଲୋକଙ୍କ ମତ୍ୟୁ ହୋଇଥିବା ସୂଚନା ରହିଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ବନ୍ୟା ଯୋଗୁଁ ଅନେକ କ୍ଷତି ହୋଇଛି ଘର ଭାଙ୍ଗିବା ସହ ରାସ୍ତା ନଷ୍ଟ ହୋଇଛି । ଜର୍ମାନୀରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଏଭଳି ଜଳପ୍ରଳୟ ଦେଖିବାକୁ ମିଳିଛି । ଏହି ବନ୍ୟା ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଛି । ରାସ୍ତା ଏବଂ ପୋଲ ନଷ୍ଟ ହେବା ଯୋଗୁଁ ଗମନାଗମନ ବନ୍ଦ ରହିଛି । ଲୋକମାନେ ଖାଦ୍ୟ ପାଇଁ ସମସ୍ୟା ଉପୁଜିଛି । ସୂଚନା ଅନୁଯାୟୀ, ପଶ୍ଚିମ ଜର୍ମାନୀର ଷ୍ଟାଇନବ୍ୟାକ୍ଟଲ ବନ୍ଧ ଭାଙ୍ଗିବାର ବିପଦ ରହିଛି । ଏଠାରୁ ୪୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *