କୋହଳର ୧୦ ଦିନରେ ଗଡ଼ିଲା ୭ ମୁଣ୍ଡ

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଶିଂକ କଟକଣା ଖୋଲିଛି। କଟକଣା ଖୋଲିବାରୁ ଗାଡ଼ି ଚଳାଚଳ ବୃଦ୍ଧି ହୋଇଛି। ଗାଡ଼ି ଚଳାଚଳ ବୃଦ୍ଧି ହେବାରୁ ଦୁର୍ଘଟଣା ବଢ଼଼ିଛି। ରାଜଧାନୀରେ ସଡ଼କ ଦୁର୍ଘଟଣା ଉଦ୍‍ବେଗଜନକ ସ୍ଥିତିକୁ ଆସିଯାଇଛି। ଅଂଶିକ କଟକଣା ଖୋଲିବାର ପ୍ରଥମ ୧୦ଦିନରେ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ପୁଲିସ ଠାରୁ ଆରମ୍ଭ କରି ନବବିବାହିତା ଯୁବକଙ୍କ ଜୀବନ ମଧ୍ୟ ଯାଇଛି। ରବିବାର ଆଚାର୍ଯ୍ୟବିହାର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ବାଲିପାଟଣାର ସୁନୀଲ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ଖଣ୍ଡଗିରି ଓଭରବ୍ରିଜ ଉପରେ ଅଳିଆ ବୋଝେଇ ଗାଡ଼ି ଧକ୍‍କାରେ ଜଟଣୀର ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ଭରତପୁର ଥାନା ପାତ୍ରପଡ଼ା ଛକରେ ସମାନ୍‍ ଢଙ୍ଗରେ ଏକ ଅଜଣା ଗାଡ଼ି ଧକ୍କାରେ ପୁରୀର ସରୋଜ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ସେଭଳି କଳ୍ପନା ଛକରେ ଅଟୋ ଧକ୍କାରେ ଏସ୍‍ଏସ୍‍ବି କନଷ୍ଟେବଳ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ଏକ ଟ୍ରକ ଧକ୍କରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଗତ ୯ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଟ୍ରକ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଥିଲେ। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଇନ୍‍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମଧ୍ୟ ସଡ଼କ ଦୁର୍ଘଟଣାରେ ଜଣେ ଲେଖାଏଁ ଯୁବକଙ୍କ ମୃତ୍ୟୁ ହୋଇଛି। ସେପଟେ ଗତ ୬ମାସରେ ସହରରେ ସଡ଼କ ଦୁର୍ଘଟଣାରେ ୭୭ଜଣଙ୍କ ମୃତ୍ୟୁ ହୋଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *