‘ମୋ ସାଇକେଲ୍’ ବିକ୍ରି କରିନି ‘ସ୍ମାର୍ଟସିଟି’ : ସଞ୍ଜୟ ସିଂ

ଭୁବନେଶ୍ୱର : ‘ମୋ ସାଇକେଲ’ ଯୋଜନା ଆରମ୍ଭ ହୋଇଥିଲା ୨୦୧୮ରେ ଆଉ ଲକ୍ଷ୍ୟ ଥିଲା ସହରର ପରିବେଷକୁ ପ୍ରଦୂଷଣ ମୁକ୍ତ ରଖିବା । ତେବେ ୨ବର୍ଷ ଭିତରେ ସବୁ ଲକ୍ଷ୍ୟ ଚୁଲିକୁ ଚାଲିଗଲା । ଠିକ୍ ରେ ରକ୍ଷଣାବେକ୍ଷଣ କରାଯାଇପାରିଲାନି । ଫଳରେ ସାଇକେଲ୍ ସବୁ ଖତ ଖାଇଲା । ଖାଲି ସେତିକି ନୁହେଁ କବାଡ଼ିଆକୁ ସାଇକେଲ୍ ବିକିଦେଲେ ବୋଲି ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ସ୍ମାର୍ଟ ସିଟି ସିଇଓ ସଞ୍ଜୟ ସିଂ ଦେଇଛନ୍ତି ପ୍ରତିକ୍ରିୟା । ସ୍ମାର୍ଟସିଟି ପକ୍ଷରୁ ‘ମୋ ସାଇକେଲ’ କବାଡ଼ିଖାନାରେ ବିକ୍ରି କରାଯାଇନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଶ୍ରୀ ସିଂ ଆହୁରି କହିଛନ୍ତି ଯେ ମୋ ସାଇକେଲ ପରିଚାଳନା ଦାୟିତ୍ୱ yena, yelo ଓ hyaksi ଭଳି ୩ଟି ଘରୋଇ ସଂସ୍ଥାକୁ ଦିଆଯାଇଛି । ତେବେ ହ୍ୟାକ୍ସି ପକ୍ଷରୁ ଅନିୟମିତତା ହୋଇଥିବା ନଜରକୁ ଆସିଛି । ହ୍ୟାକ୍ସି ଅଧୀନରେ ଥିବା ମୋ ସାଇକେଲ କିଭଳି କବାଡ଼ିଖାନାକୁ ଗଲା ତାହାର ଅନୁଧ୍ୟାନ କରାଯାଉଛି । ବିଏମସି ପକ୍ଷରୁ ତଦନ୍ତ ପରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମୋ ସାଇକେଲ ଯୋଜନା କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ମଧ୍ୟ ତର୍ଜମା ଚାଲିଥିବା କହିଛନ୍ତି ବିଏମସି କମିସନର ତଥା ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *