ଆକ୍ସନ୍ ମୋଡରେ ବିଏମସି

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍-୧୯କୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ ଅଧିକ ରହୁଥିବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆକ୍ସନ ମୁଡ଼ରେ ରହିଛି । ତେବେ ଆଜି ବିଏମସି ପକ୍ଷରୁ ଭୁବନେଶ୍ୱରରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱରର ଗଙ୍ଗନଗର ଅନ୍ତର୍ଗତ ବୃନ୍ଦାବନ ପ୍ଲାଜାର ୱାର୍ଡ ନଂ ୫୨ରେ କରୋନା ପଜିଟିଭ ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାରୁ ଉକ୍ତ ଅଞ୍ଚଳରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ପଞ୍ଚମ ମହଲାରେ ଥିବା ଫ୍ଲାଟ ନଂ ୫୦୬, ୫୦୯ ଓ ୫୧୦କୁ ଓ ଦ୍ୱିତୀୟ ମହଲାରେ ଥିବା ପ୍ଲାଟ୍ ନଂ ୨୦୭ ଓ ୨୦୮କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଏହି ଦୁଇଟି ଜୋନଙ୍କୁ ସର୍ବସାଧାରଣଙ୍କ ଯିବା ଓ ଆସିବା ଉପରେ କଟକଣା ଜାରି କରାଯାଇଛି । ଅନ୍ୟ ଅଞ୍ଚଳର ଲୋକମାନେ ଏହି ଅଞ୍ଚଳକୁ ଯାଇ ପାରିବେ ନାହିଁ । ଫଳରେ ଏହି ଦୁଇ ମାଇକ୍ରୋ କଣ୍ଟେନମେଣ୍ଟ ଜୋନର ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଏହି ଜୋନ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେରସକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରଖିବ । ଏହି ଅଞ୍ଚଳକୁ ସମସ୍ତ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି ବିଏମସିର ଦକ୍ଷିଣ-ପଞ୍ଚିମାଞ୍ଚଳ ଡେପୁଟି କମିଶନର ସୂଚନା ଦେଇଛନ୍ତି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *