ଲିଭ୍ ଇନରେ ରହିପାରିବେ ୧୯ ବର୍ଷୀୟ ଯୁବକ

ନୂଆଦିଲ୍ଲୀ :  ଲିଭ୍ ଇନ ରିଲେସନରେ ରହିପାରିବେ ୧୯ ବର୍ଷୀୟ ଯୁବକ । ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ୧୯ ବର୍ଷୀୟା ଯୁବକ ଏବଂ ଜଣେ ୨୧ ବର୍ଷୀୟ ଯୁବତୀ ଲିଭ ଇନ ରିଲେସନରେ ରହିବା ନେଇ ଏକ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଜଷ୍ଟିସ ଅରୁଣ କୁମାର ତ୍ୟାଗୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକକ ବେଞ୍ଚ ଏହି ଶୁଣାଣି କରିଛନ୍ତି । ସୂଚନା ଅନୁଯାୟୀ ଏହି ଦମ୍ପତି ଏକ ଯାଚିକା ଦାୟର କରିଥିଲେ ଯେଉଁଥିରେ ସେ ସୁରକ୍ଷା ମାଗିବା ସହ କହିଥିଲେ ଯୁବତୀଙ୍କ ପରିବାର ଯୁବତୀଙ୍କର ଅନ୍ୟ ସ୍ଥାନରେ ବିବାହ କରିବାକୁ ବିରୋଧ କରୁଛନ୍ତି । ଏହା ସହ ପରିବାର ଲୋକ ସେମାନଙ୍କୁ ହତ୍ୟା ଧମକ ମଧ୍ୟ ଦେଉଛନ୍ତି । ସେମାନେ ଦୁହେଁ ସାବାଳକ କିନ୍ତୁ ଯୁବକ ଜଣକ ୨୧ ବର୍ଷର ହେବା ପରେ ସେ ବିବାହ କରିପାରିବେ ।

ଏହି କାରଣରୁ ସେମାନଙ୍କୁ ସାଥିରେ ରହିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଲିଭ ଇନ ରିଲେସନରେ ରହିବା ପାଇଁ ପୋଲିସରେ ପୂର୍ବରୁ ସୁରକ୍ଷା ମାଗିଥିଲେ ବି କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନଥିବାରୁ ଦମ୍ପତି ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ଏହି ମାମଲାରେ ଶୁଣାଣି କରିବା ସହ କୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଠାରେ ୧୮ ବର୍ଷୀୟ ଝିଅ ଏବଂ ୧୯ ବର୍ଷୀୟ ଯୁବତୀ ଲିଭ ଇନ ରିଲେସନରେ ରହିବା ପାଇଁ ସେମାନଙ୍କୁ ସୁରକ୍ଷା ଦେବାପାଇଁ କହିଥିଲେ । ତେବେ ଉଭୟ ମାମଲାରେ ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *