ପୁଅ କାହିଁକି ଭୋଗିବ ପିତାର ସଜ୍ଜା

ଶ୍ରୀନଗର: ଆତଙ୍କବାଦୀ ସଲାହୁଦ୍ଦିନର ପୁଅକୁ ସରକାରୀ ଚାକିରୀରୁ ବରଖାସ୍ତ କରିବା ନେଇ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି । ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବାପାର କାର୍ଯ୍ୟକଳାପ ଲାଗି ପୁଅକୁ କିପରି ହଇରାଣ କରାଯାଇପାରିବ? ଏଥିସହ ସେ ଜମ୍ମୁ କାଶ୍ମୀରକୁ ପୁନଶ୍ଚ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଦାବି କରିଛନ୍ତି । ଆର୍ଟିକିଲ୍ 370 ଓ 35Aକୁ ହଟାଇବାକୁ ଦାବି କରି ମହବୁବା ଏହାକୁ ଅଯୋଧ୍ୟା ରାମ ମନ୍ଦିର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ ‘ଯେତେବେଳେ ରାମ ମନ୍ଦିର ମାମଲା କୋର୍ଟରେ ଥିଲା ସେତେବେଳେ କ’ଣ ଲୋକମାନେ ସ୍ୱର ଉଠାଉନଥିଲେ? ତାହେଲେ 370କୁ ଉଠାଇବା ଦାବି ପାଇଁ ମୁଁ ଟାର୍ଗେଟରେ କାହିଁକି? ହିଜବୁଲ ସଲାହୁଦ୍ଦିନର ଦୁଇ ପୁଅ ସମେତ ୧୧ ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଏମାନେ ସରକାରୀ ଚାକିରୀ କରିବା ସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ । ଏନେଇ ମହବୁବା କହିଛନ୍ତି ଯେ ବାପାର କାମ ପାଇଁ ପୁଅକୁ ହଇରାଣ କରିବା ଉଚିତ୍ ନୁହେଁ । ବିନା କୌଣସି ତଦନ୍ତରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ନେଇ ମହବୁବା ଅଭିଯାୋଗ କରିଛନ୍ତି । ଏନେଇ ସେ ନିକଟରେ ଟ୍ୱିଟ୍ ମଧ୍ୟ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *