ଉପନିର୍ବାଚନ ପାଇଁ ପ୍ରକଳ୍ପ ଭେଟି , ମହାରଥୀ ଥିଲେ ଲୋକଙ୍କ ନେତା : ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, ୨୩/୦୨ :  ଡେଲାଙ୍ଗ ଓ ପିପିଲିକୁ ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ପ୍ରଦୀପ ମହାରଥୀଙ୍କ ଅଵର୍ତ୍ତମାନରେ ପିପିଲି ବିକାଶ ପାଇଁ ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ ୬୭ କୋଟି ୬୮ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନେ ପକାଇ ପିପିଲିର ବିକାଶ ପାଇଁ ଶପଥ ନେଇଥିଲେ ।

କହିଥିଲେ, ଦୁଃଖ ଯେ ପ୍ରିୟ ମହାରଥୀ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟରୁ ସେ ପିପିଲି ଡେଲାଙ୍ଗର ବିକାଶ ଓ ଆପଣଙ୍କ ଭଲ ମନ୍ଦ ସୁଖ ଦୁଃଖରେ ଥିଲେ । ବିକାଶ ପାଇଁ ସେ ସାରା ଜୀବନ କାମ କରିଛନ୍ତି । ମହାରଥୀ ଥିଲେ ଲୋକଙ୍କ ନେତା।ମୁଁ ଗାଁ ଉପରେ ଫୋକସ କରେ । ମହିଳା ବିକାଶ ଫୋକସ, ଚାଷୀ ଭାଇ କଲ୍ୟାଣ, ଗରିବ ମୁହଁରେ ହସ ମତେ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କରୋନା ଲକ୍ଡାଉନ ସମୟରେ ମିଶନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଆମର ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରିଛନ୍ତି। ଆମର ଚାଷୀ ଭାଇମାନେ ମଧ୍ୟ ଲକ୍ ଡାଉନ ସମୟରେ କରୋନାକୁ ଭୟ ନ କରି ଚାଷ କାମ ଜାରି ରଖିଥିଲେ ।

ଚାଷୀ ଭାଇର ପରିଶ୍ରମ ଯୋଗୁ ଦେଶର ଅର୍ଥନୀତି ଆଜି ବଞ୍ଚି ରହିଛି ବୋଲି ସେ ପ୍ରକାଶ କରିଥିଲେ ।ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ  ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ। ଡେଲାଙ୍ଗ ବ୍ଲକ ପାଇଁ ୨୬କୋଟି ୪୨ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି।ଏଥିରେ ବେରବୋଇ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦ କୋଟି ଟଙ୍କା, ଗଡକାଳୁପଡା ବିଶ୍ୱନାଥ ମନ୍ଦିର ଯାତ୍ରୀନିବାସ, ପାର୍କିଂ ଏରିଆ ସହିତ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ୧ କୋଟି ଟଙ୍କା, ରାଧାକାନ୍ତ ବିଦ୍ୟାପୀଠରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୫୦ ଲକ୍ଷ, ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ଅରାଗଡ ପାହଡ ସ୍ଥିତ ବୌଦ୍ଧ ସ୍ଥଳର ସୌନ୍ଦର୍ଯ୍ୟ କରଣ ସହିତ ଆପ୍ରୋଚ ରୋଡ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ଜେ,ଟି ଆର ଠାରୁ ରେଞ୍ଚ ( ୬ କି,ମି) ରାସ୍ତାରେ ହାଇଲେଭୁଲ ସେତୁ ନିର୍ମାଣ ପାଇଁ ୨ କୋଟି ୭୦ ଲକ୍ଷ , ସେହିପରି ଉକ୍ତ ରାସ୍ତାରେ ଏକ ସେତୁ ନିର୍ମାଣ ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଶ୍ରୀପୁରୁଷୋତ୍ତମପୁର ଦାସବିଦ୍ୟାଧରପୁର ରାସ୍ତାର ରତ୍ନଚିରା ନଦୀ ଉପରେ ହାଇଲେଭଲ ସେତୁ ନିର୍ମାଣ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ସହିତ ୮୪ଟି ସିମେଣ୍ଟ କଂକ୍ରିଟ ରାସ୍ତା ଓ ମରାମତି ସହିତ ରକ୍ଷଣା ବେକ୍ଷଣ ନିମନ୍ତେ ୨ କୋଟି ୫୨ ଲକ୍ଷ ଟଙ୍କା ଓ ୧୮୦ ଟି ବିଭିନ୍ନ ଗ୍ରାମରେ କମ୍ୟୁନିଟ ସେଣ୍ଟର , କଲ୍ୟାଣ ମଣ୍ଡପ, ଗାଧୁଆତୁଠ ଇତ୍ୟାଦି ନିର୍ମାଣ  ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ୨ଜଣଙ୍କୁ ପ୍ରମାଣପତ୍ର ସହିତ ୫ଶହ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଦିଆଯାଇଛିା  ବ୍ଳକ ଯୋଗାଣ ବିଭାଗର ଅଧିକାରିଣୀ ଲିପିସା ରାଣୀ ରାଉତ ୨ଗୋଟି ପରିବାରଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା ।

ପ୍ରସନ୍ନ କୁମାର ସ୍ୱାଇଁ ଓ ପ୍ରହଲ୍ଲାଦ କୁଣ୍ଡ ଦୁଇଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଥିରେ ମୁଖ୍ୟ ଅତିଥି ଭାବେ  କ୍ରୀଡା ଯୁବର ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନିତି ରଞ୍ଜନ ସେନ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ସିଡିପିଓ ହାରମଣି ନାୟକ, ମିଶନ ଶକ୍ତି ମହିଳା ମହାସଂଘର  ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମଳୟ କୁମାର ମହାନ୍ତି, ସଭ୍ୟା ପୁଷ୍ପାଞ୍ଜଳି ସାସମଲ ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥାଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଡେଲାଙ୍ଗ, ପିପିଲି ନିର୍ବାଚନ ମଣ୍‌ଡଳୀ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସରପଞ୍ଚ କାଳନ୍ଦୀ ଜେନା, ସମିତିସଭ୍ୟ ବାସୁଦେବ ଜେନା, ପ୍ରଭାତ କୁମାର ଜେନା, ପୁରୀ ଜିଲ୍ଲା ଯୁବ ବିଜେଡି ଦଳର ସମ୍ପାଦକ ବିଜୟ କୁମାର ରାଉତରାୟଙ୍କ ସହିତ ଦୀପକ କୁମାର ଜେନା , ନବଘନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଏକ ପ୍ଳକାଟୁନ ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *