ବିନା ଭକ୍ତରେ ଗଡ଼ିଚାଲିଛି ଶ୍ରୀଜିଉଙ୍କ ରଥ

ପୁରୀ: ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ। ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା। ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବାକୁ ନିଷ୍ପତ୍ତି କଲା ପ୍ରଶାସନ। ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଗଲା। ଏପରିକି ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଜାରି କରାଯାଇଛି। ବଡଦାଣ୍ଡକୁ ଭକ୍ତ ଆସିବା ନେଇ ଶକ୍ତ କଟକଣା ରହିଛି। ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଛନ୍ତି। ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି। ବଡଦେଉଳରେ ବଡଠାକୁରଙ୍କୁ ଦେଖିବା ସମ୍ଭବ ହେଉନଥିବାରୁ, ରଥଯାତ୍ରାକୁ ଅପେକ୍ଷା କରି ରହିଥିଲେ ଭକ୍ତଗଣ। ହେଲେ ଠାକୁର ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଥିଲେ ମଧ୍ୟ ନିକଟରୁ ଦେଖିବା ଭକ୍ତଙ୍କ ପାଇଁ ସମ୍ଭବ ହୋଇନାହିଁ। ଯାହା ଭକ୍ତର ମନକୁ ବ୍ୟାକୁଳ କରିଛି। ପୁରୀରେ କାନ୍ଦିକାନ୍ଦି କାଳିଆକୁ ନିଜ ଦୁଃଖ ଜଣାଇଛନ୍ତି ଭକ୍ତ। ଘର ପାଖରେ ଛିଡା ହୋଇ କେବଳ ହାତଟେକି ମହାବାହୁକୁ ସବୁକିଛି ଠିକ କରିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। କେବଳ ଦୂରରୁ ଭାବବିହ୍ୱଳ ହୋଇ ଭଗବାନଙ୍କୁ କରିଛନ୍ତି ଆରାଧନା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *