ରଥ ଉପରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ତିନି ରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରେ ଗଜପତି ମହାରାଜା ମଧ୍ୟ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଂଚିଥିଲେ । ସେ ରାଜାବେଶରେ ରଥ ଉପରେ ଛେରାପହଁରା କରିଥିଲେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସଂଚନ କରିଥିଲେ ।  ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରାପହଁରା କରିଥିଲେ । ଏହା ପରେ ଗଜପତି ମହାରାଜ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବା ପରେ ରଥଟଣା ଆରମ୍ଭ ହେବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *