ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା

ଶ୍ରୀନଗର : ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ କରିଛନ୍ତି । ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ ଆତଙ୍କୀ ସଙ୍ଗଠନର ମୁଖିଆ ସୟଦ ସଲ୍ଲାଉଦ୍ଦିନର ପୁଅ ସାମିଲ ଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆତଙ୍କବାଦୀଙ୍କ ଗତିବିଧିରେ ସାମିଲ ରହିଥିବା ଓ ହିଜବୁଲ ମୁଜାହିଧୀନର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନର ୨ ପୁଅ ସରକାରୀ ଚାକିରି କରୁଥିଲେ । ସରକାର ଏହି ଲୋକଙ୍କ ଉପରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଓ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ୧୧ ଜଣଙ୍କୁ ସରକାରର ଚାକିରିରୁ ବରଖାସ୍ତ କରାଯାଇଛି । ଏହା ବ୍ୟତିତ ବରଖାସ୍ତ ୧୧ ଜଣଙ୍କ ମଧ୍ୟରେ ଶିକ୍ଷା ବିଭାଗର ୪ ଓ ପୋଲିସ ବିଭାଗର ୨ ଜଣ କର୍ମଚାରୀ ସାମିଲ ଅଛନ୍ତି । କୃଷି ଓ ଦକ୍ଷତା ବିକାଶ ବିଭାଗର ଜଣେ ଲେଖାଏଁ କର୍ମଚାରୀ ଚାକିରି ହରାଇଛନ୍ତି । ସେହୀପରି ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର ବି ଜଣେ ଲେଖାଏଁ କର୍ମଚାରୀ ବିଦା ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *