ବିଦେଶ ଗସ୍ତ ପୂର୍ବରୁ ଟିକାନେବା ହିଁ ଯଥେଷ୍ଟ, ଟେଷ୍ଟିଂ କରିବା ପରେ ଯାତ୍ରା କରିବା ଉଚିତ

ନୂଆଦିଲ୍ଲୀ: ବିଦେଶ ଗସ୍ତ ପାଇଁ ବ୍ୟକ୍ତିଙ୍କୁ ଟିକାନେବା ହିଁ ଯଥେଷ୍ଟ । ତେବେ ଟିକା ନେଇ କୌଣସି ପାତରଅନ୍ତର ମନୋଭାବ ପୋଷଣ କରିବା ଜରୁରୀ ନୁହେଁ ବୋଲି କହିଛନ୍ତି ବୈଦଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି- ବିଦେଶ ଗସ୍ତ ପୂର୍ବରୁ ଓ ପରେ ଟେଷ୍ଟିଂ କରିବା ଭଲ କଥା । ମାତ୍ର ଟିକା ନେଇ କୌଣସି ପାତରଅନ୍ତର ମନୋଭାବ ରଖାଯିବା ଦରକାର ନାହିଁ । ରୁଷ ପ୍ରତିପକ୍ଷ ସର୍ଗେଇ ଲାଭରଭଙ୍କ ସହ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି- ବିଦେଶ ଯାତ୍ରା କ୍ଷେତ୍ରରେ ଟେଷ୍ଟିଂ ଭିତ୍ତିରେ ଯାତ୍ରା ହେଉ ବୋଲି ଚାହାଁନ୍ତି ।

ଯଦି ଲୋକମାନେ ଆନ୍ତର୍ଜାତିକ ଯାତ୍ରା ପୂର୍ବରୁ ଟେଷ୍ଟ କରିଥାନ୍ତି ଏବଂ ସେଠାରେ ପହଞ୍ଚିବା ପରେ ଟେଷ୍ଟିଂ କରନ୍ତି ତେବେ ତାହା ଉତ୍ତମ । ମାତ୍ର କେତେକ ଦେଶ ଟିକାକରଣ ଉପରେ ପ୍ରଶ୍ନ ଉଠାଉଥିବାରୁ ତାହା ସମସ୍ୟା ହୋଇଛି । ବିଦେଶ ଯାତ୍ରା ପରେ ଓ ପୂବର୍ରୁ ଟେଷ୍ଟି ବି ହୋଇଥାଏ, ହେଲେ ଏହି ଟେଷ୍ଟିଂକୁ ବି କିଛି ଦେଶ ଧ୍ୟାନ ନଦେଇ ଭ୍ୟାକସିନେସନ୍ ଉପରେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି ଜୟଶଙ୍କର । ଏହା ଉପରେ ଏକ ସ୍ପଷ୍ଟ ନିଷ୍ପତ୍ତି ଆସିବା ଦରକାର । ଏନେଇ ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ଜୟ ଶଙ୍କର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *