ବଞ୍ଚିଗଲା ମମତା, ମରିଗଲା ମା’

ଯାଜପୁର: ନିଜ ପିଲା ଉପରେ କଷ୍ଟ ପଡିଲେ କେମିତିବା ସହିବ ମା’ । ନିଜ ଜୀବନକୁ ବାଜି ଲଗେଇଦେବ ପଛେ ନିଜ ପିଲାକୁ ଟିକେ ବି କଷ୍ଟ ହେଲେ ସହିପାରିବନି ମା’ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ ଗ୍ରାମରେ । ନିଜ ବର୍ଷକର ଛୁଆ ଆଡ଼କୁ ମାଡ଼ି ଯାଉଥିବା ମୃତ୍ୟୁକୁ ନିଜ ଜୀବନ ଦେଇ ଛୁଆକୁ ବଞ୍ଚାଇଛି ମା’ । ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ ମସିହା ଅପ୍ରିଲରେ ଦେଉଳବାଡ଼ର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ’ ରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରିୟଦର୍ଶିନୀ । ଆଉ ସ୍ନେହ ଶ୍ରଦ୍ଧାରେ ପ୍ରିୟଦର୍ଶିନୀ ପୁଅକୁ ପାଳି ଆସୁଥିଲେ । ବିଧିର ବିଧାନ ଥିଲା କିଛି ଅଲଗା । ପ୍ରିୟଦର୍ଶିନୀଙ୍କ ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା ।

ପୁଅକୁ ଶୁଆଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶିନୀ । ମାଆ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ନାଗ ସାପ ପୁଅ ନିକଟକୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ବିପଦ ପୁଅର ଅତି ନିକଟରେ ପହଞ୍ଚିବାର ଦେଖି ମାଆ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପଟି ଚୋଟ ମାରିଥିଲା । ସାପ କାମୁଡ଼ିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଛି ଦେଉଳବାଡ଼ । ପୁଅ ପାଇଁ ମାଆ ମରିବାକୁ ମଧ୍ୟ ପଛାଏ ନାହିଁ ତାକୁ ପ୍ରମାଣିତ କରିଛନ୍ତି ପ୍ରିୟଦର୍ଶିନୀ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *