ବୋହୁକୁ ମାରିଦେଲା ପୁଅ, ଶାଶୂ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ଶାଶୂ ଆଣିଲେ ବୋହୂର ହତ୍ୟା ଅଭଯୋଗ । ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରୁ ଅସିଛି ଏଭଳି ଅଭିଯୋଗ । ଶ୍ରୀମତୀ ବାଇ ନିଜ ବୋହୂକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ନିଜ ପୁଅ ଦେବାଶିଷ୍ ବାଇ, ପଡୋଶୀ ଓ ସହଯୋଗୀ ମିଶି ବୋହୂ ଦୀପିକାଙ୍କୁ ହତ୍ୟା କରିଥିବା ଆଭିଯୋଗ ଆଣିଛନ୍ତି ଶାଶୂ  ।  ଖବର ଅନୁଯାୟୀ ଦେବାଶିଷ୍ ବାଇ ଦୀପିକାଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ବାହାଘର ଦିନ ଠାରୁ ବୋହୂକୁ ନିର୍ଯାତନ ଦେଇ ଆସୁଥିଲେ । ଗତକାଲି ଦୀପିକାଙ୍କୁ ମାରି ପଙ୍ଖାରେ ଝୁଲାଇ ଦେଇଥିବା କହିଛନ୍ତି ଶାଶୂ ଶ୍ରୀମତୀ ବାଇ । ଏହା ସହିତ ପୁଅ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଗୁମର ମଧ୍ୟ ଖୋଲିଛନ୍ତି ମାଆ ଶ୍ରୀମତୀ ବାଇ । ଏନେଇ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି । ସେପଟେ କିଛି ମହିଳା ନ୍ୟାୟ ଦାବିରେ ଥାନା ଘେରାଉ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *