ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ । ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଟିକାକାରଣ କରିବା, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ ସ୍ୱତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ । ଏହି ତିନୋଟି ପ୍ରସଙ୍ଗ ଉପରେ ଫୋକସ୍ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ତୃତୀୟ ଲହର ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ରୀୟ ଟିମ୍ ଏପର୍ଯ୍ୟନ୍ତ କେବଳ ୨ଟି ଜିଲ୍ଲା ଯାଇଛନ୍ତି । ଜଗତସିଂହପୁର, ପୁରୀ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବୁଲି ଦେଖିଛି କେନ୍ଦ୍ରୀୟ ଦଳ । ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ମୃତ୍ୟୁ ଲୁଚା ଯାଉନାହିଁ । ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କରୁଛି, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ସେ ନେଇ ରିପୋର୍ଟ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *