ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ : କିଭଳି ଚାଲିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି । କଣ ହୋଇଛି ବ୍ୟବସ୍ଥା ? ଆଜି ଏସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ୍‌ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଶ୍ରୀମନ୍ଦିର ବହୁ ଅଧିକାରୀ ଯୋଗ ଦେଇଥିଲେ । ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ବୈଠକରେ ଆଲୋଚନା ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣାରେ ନବଦିନାତ୍ମକ ଯାତ୍ରା ସାରିବାକୁ ପ୍ରସ୍ତୁତ ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ । ଯାତ୍ରା ସମୟରେ ତିନୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ । କୋଭିଡ୍ କଟକଣାର ଅନୁପାଳନ ସହ କେବଳ ସେବାୟତ ହିଁ ରଥ ଟାଣିବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *