୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର :ମଙ୍ଗଳବାର ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ୫ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା ହୃଦୟାନନ୍ଦ ଏବଂ କୃତିବାସ ଜେନାଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି । ରାଜ୍ୟ ମୁଖ୍ୟାଳୟରେ ଏଆଇଜି ଭାବେ ରହିଥିବା ରବିନାରାୟଣ ବେହେରାଙ୍କୁ କଟକ ପୋଲିସ ସିଗ୍ନାଲକୁ ଏସପି ଭାବରେ ପଦୋନ୍ନତି ମିଳିଛି । ତେବେ ଅତିରିକ୍ତ ଭାବରେ ରବିନାରାୟଣ ଏହି ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ କଟକ ଏସଆରପି ଭାବରେ ଅତିରିକ୍ତ ଦାୟିତ୍ୱରେ ଥିବା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଏସଆରପି କଟକ ଭାବରେ ପଦୋନ୍ନତି ମିଳିଛି । ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ବୌଦ୍ଧର ଏସପି ଭାବରେ ପଦୋନ୍ନତି ମିଳିଛି । ଚିନ୍ନାପା ହୃଦୟାନନ୍ଦଙ୍କୁ ଏଆଇଜି ମେରିନ୍ ଏବଂ ଉପକୂଳ ସୁରକ୍ଷା ବିଭାଗର ଏସପି ଭାବରେ ଦାୟିତ୍ୱ ମିଳିଛି । କୃତିବାସ ଜେନାଙ୍କୁ ଭିଜିଲାନ୍ସ ଏସପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୫ ଅଧିକାରୀଙ୍କ ବେତନ ୭୮୮୦୦ରୁ ୨,୦୯୨୦୦ ମଧ୍ୟରେ ରହିବ । ଓଆରଏସପି ନିୟମ ୨୦୧୭ ଅନୁଯାୟୀ କାର୍ଯ୍ୟରେ ଯୋଗ ଦେବାର ଏକ ବର୍ଷ ମଧ୍ୟରେ ଏହି ବେତନ ଆଡ ହକ୍ ବେସିସରେ ପ୍ରଦାନ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *