ବନ୍ଦ ହେବ ସରକାରୀ ଏବଂ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ସରକାରୀ ଏବଂ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି ଡେଡିକେଟେଡ କୋଭିଡ୍‌ ହେଲଥ ସେଣ୍ଟର ଏବଂ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟର ଖୋଲା ରହିବ । କରୋନା ସଂକ୍ରମିତ ଚିକିତ୍ସାଧୀନ ନଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ୍‌ ହସ୍ପିଟାଲ ବନ୍ଦ ହେବ । ତେବେ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ୍‌ ଟେକ୍ନିକାଲ କମିଟି ସୁପାରିସ୍ଆ ଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କୌଣସି କୋଭିଡ୍‌ କେୟାର ସେଣ୍ଟରରେ ଯଦି କେହି ସଂକ୍ରମିତ ଚିକିତ୍ସାଧୀନ ଥିବେ ସେହି ସଂକ୍ରମିତ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେଠାରେ ସେବା ଜାରିବ ରହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *