ସମୀରଙ୍କୁ ଲେନିନଙ୍କ ଜବାବ

ଭୁବନେଶ୍ୱର: ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର ପ୍ରତିକ୍ରିୟା  । ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଭାବେ ତାଙ୍କ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଅଭିଯୋଗ ଆଣିଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର । ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରିଛନ୍ତି । ସମୀର ମହାନ୍ତିଙ୍କ ଦୁଃଖ ଆମେ ବୁଝି ପାରୁଛୁ  । କିୁନ୍ତୁ ଯେତେବେଳେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରୁଛନ୍ତି ସେତେବେଳେ ରାଜ୍ୟ ବିଜେପି ଏହାକୁ ବିରୋଧ କରୁଛି । ତେଣୁ ଏହା ନିହାତି କର୍ମୀଙ୍କୁ ତାଙ୍କର ଉତ୍ସାହିତ କରିବାର ଯୋଜନା ବୋଲି କହିଛନ୍ତି ଲେନିନ  । ଲେଲିନ ମହାନ୍ତି ସାମ୍ବାଦିୀକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ବିଜେପିର ବାମ ହାତ କଣ କରୁଛି ଡାହାଣ ହାତ କଣ କରୁଛି ତାହା ଜଣାପଡୁନି । ପିଏମ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସମୀର ମିଛ କହୁଛନ୍ତି । ଯାହାକୁ ଖଣ୍ଡନ କରିଛି ବିଜେଡି । ଏ ପ୍ରସଙ୍ଗରେ ରାଜ୍ୟକୁ କେନ୍ଦ୍ର ସରକାର ବାରମ୍ବାର ପ୍ରଶଂସା କରିଛନ୍ତି । ତାକୁ ରାଜ୍ୟ ବିଜେପି କାହିଁକି ଭୁଲି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଲେନିନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *