କୋଭିଡ୍ ଟିକା ନ ନେଇ ପ୍ରଥମ ଡୋଜ୍ ନେଇଥିବା ମେସେଜ ଆସିଥିବା ଅଭିଯୋଗ

ଚଣ୍ଡିଖୋଲ: କୋଭିଡ ଟିକାକୁ ନେଇ ଦ୍ୱନ୍ଦ୍ୱ । ଜଣେ ବ୍ୟକ୍ତି ଟିକା ନେଇ ନଥିବା ବେଳେ ତାଙ୍କ ପାଖକୁ ପ୍ରଥମ ଡୋଡ୍ ଟିକା ନେଇଥିବା ମୋବାଇଲକୁ ମେସେଜ ଆସିଛି । କୋୱିନ୍ ଆପରେ ପ୍ରମାଣପତ୍ର ମଧ୍ୟ ରହିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗୋପାଳପୁର ଗାଁରେ । ମନୋଜ କୁମାର ବେହେରା ପ୍ରଥମ ଡୋଜ ଟିକା ନେବା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଆଧାର କାର୍ଡ ଦେଇଥିଲେ । ହେଲେ କୌଣସି କାରଣରୁ ସେ ଟିକା ନେଇ ପାରି ନଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲକୁ ପ୍ରଥମ ଡୋଜ ଟିକା ନେଇଥିବା ନେଇ ମେସେଜ୍ ଆସିଥିଲା । ଏହା ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ମଧ୍ୟ ମେସେଜ୍ ଆସିଛି । ସେ ଟିକା ନେଇ ନଥିବାରୁ ମେସେଜ୍ କିଭଳି ଆସିଲା ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏନେଇ ସେ ଧର୍ମଶାଳା ମେଡିକାଲ ଅଧିକାରୀଙ୍କୁ ଜଣାଇଛନ୍ତି । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେଡିକାଲ ଅଧିକାରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *