ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କରିବ ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଲଗାତାର ଭାବେ ତୈଳଦର ବୃଦ୍ଧି ହୋଇ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ବିଜେପିକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତେଲଦର ବଢ଼ାଇ ଆଛେ ଦିନ୍‌ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକଙ୍କୁ କେତେ ଶୋଷିଲେ ବିଜେପି ସନ୍ତୁଷ୍ଟ ହେବ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମହଙ୍ଗା ମାଡ଼ର ଜବାବ ଲୋକ ନିଶ୍ଚୟ ଦେବେ । ଜୁଲାଇ ୧୫ରେ ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ୍କ ରିଛନ୍ତି ନିରଞ୍ଜନ । ଆସନ୍ତା ୧୭ରୁ ପେଟ୍ରୋଲ ପମ୍ପରେ କଂଗ୍ରେସ ଦସ୍ତଖତ ଅଭିଯାନ କରିବ । ଦରଦାମ ବୃଦ୍ଧି ନେଇ ବିଜେପିର ଯୁକ୍ତି ହାସ୍ୟାସ୍ପଦ । କେନ୍ଦ୍ର ସରକାରଙ୍କ ନୀତିରୁ ହାତଗଣତି ପୁଞ୍ଜିପତି ଲାଭ ପାଉଛନ୍ତି । କେନ୍ଦ୍ରର ଜନମାରଣ ନୀତି ବିରୋଧରେ କଂଗ୍ରେସ ଲୋକଙ୍କୁ ବୁଝାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *