ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ

ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ ଗ୍ୟାସ୍ ଲିକ୍ ହେବାପରେ ସମୁଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ନିଆଁର କରାଳ ରୂପ ଦେଖିବାକୁ ମିଳିଛି । ସୂଚନା ଯେ, ଅଣ୍ଡର ୱାଟର୍ ରେ ଯାଇଥିବା ପାଇପଲାଇନ୍ ହେଉଛି ମେକ୍ସିକୋର ସରକାରୀ ପେମେକ୍ସ ପେଟ୍ରୋଲ୍ କମ୍ପାନୀର । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୫ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ପାଣି ଜଳୁଥିବା ଦେଖିବାକୁ ମିଳିଥିଲା । ମେକ୍ସିକୋରୁ ଲଗାତର ଭାବରେ ଏହାର ଭିଡିଓ ସାମନାକୁ ଆସୁଛି । ଯେଉଁଥିରେ ପାଣିରେ ଲାଗିଥିବା ନିଆଁ ଖୁବ୍ ତୀବ୍ର ଥିବା ଦେଖିବାକୁ ମିଳିଛି । ଏଥିରେ ଦେଖିବାକୁ ମିଳିଛି ଯେ ନିଆଁ ଗୋଲାକାର ଆକୃତିରେ ହୁତ୍ ହୁତ୍ ହୋଇ ଜଳୁଛି । ଯାହା ଖୁବ୍ ଭୟଙ୍କର ଦୃଶ୍ୟମାନ ହେଉଛି । ତେବେ ଏହି ଦୁର୍ଘଟଣାରେ କାହାର ବି ଜୀବନ ହାନି ହୋଇନାହିଁ ।

https://twitter.com/MLopezSanMartin/status/1411059695503261697?s=20

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *