ଅମୀର-କିରଣ ବିଛେଦ
ମୁମ୍ବାଇ: ଷ୍ଟାର ଦମ୍ପତ୍ତିଙ୍କ କଳହ କିଛି ନୂଆ କଥା ନୁହେଁ । ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଜଣଙ୍କୁ ପ୍ରେମ ପୁଣି ଜଣଙ୍କୁ ବିବାହ କରିଛନ୍ତି । କିନ୍ତୁ ଅମିର ଏବଂ କିରଣ ପ୍ରେମ କାହାଣୀ କିଛି ନୂଆ ଥିଲା । ଯେଉଁଥିପାଇଁ ଆଜି ଯେତେବେଳେ ବିଛେଦ କଥା ଉଠୁଛି । ସେତେବେଳେ ସାଧାରଣ ଦର୍ଶକ କିମ୍ବା ଲୋକଙ୍କ ପ୍ରଶ୍ନ ଉଠିବା ସ୍ୱଭାବିକ । ଆଉ ଏଭଳି ସମୟରେ ସୋସିଆଲ ମିଡିଆରେ ଲୋକେ କିଛି ଭିନ୍ନ ସନ୍ଦେଶ ଦେଇ ଟୁପୁରୁ ଟାପୁରୁ ହେବା ଆରମ୍ଭ କଲେଣି । ଫିଲ୍ମ ଲଗାନ ସେଟରୁ ପ୍ରେମ ଆରମ୍ଭ ହୋଇଥିବାବେଳେ ୨୦୦୫ ମସିହାରେ ଏହା ବାସ୍ତବରେ ପରିଣତ ହୋଇଥିଲା । ଏହାରି ଭିତରେ ଉଭୟଙ୍କ ବୈବାହିକ ସମ୍ପର୍କକୁ ୨୦ ବର୍ଷ ବିତି ସାରିଛି । କିନ୍ତୁ ହଠାତ ୨୦ ବର୍ଷ ପରେ ସମ୍ପର୍କରେ ବୋହୁଥିବା ଝଡ଼କୁ ନେଇ ବେସ ଚର୍ଚ୍ଚା ସୃଷ୍ଟି ହୋଇଛି । କାହିଁକି ଏବଂ କଣ ପାଇଁ ଏହି ଶ୍ଟାର ଦମ୍ପତ୍ତି ଏବେ ଅଲଗା ହୋଇଯିବାକୁ ଇଛା ପ୍ରକାଶ କରିଛନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଅମୀର ଖାନ୍ ଏବଂ କିରଣ ରାଓଙ୍କ ମଧ୍ୟରେ ବିବାହ ବିଛେଦ ଖବର ଜଣାପଡ଼ିବା ପରେ ସୋସିଆଲମ ମିଡ଼ିଆ ଉଠୁଛି ପଡ଼ୁଛି । କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ ମିମ୍ସ ମଧ୍ୟ ତିଆରି କରିବା ଆରମ୍ଭ କରିସାରିଲାଣି ।