କେବଳ ସେବାୟତ ଛୁଇଁବେ ରଥ ଓ ରଥ ଡଉଡ଼ି

ପୁରୀ: ଚଳିତବର୍ଷର ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଦେଲେ ବିସ୍ତୃତ ସୂଚନା  । ଛତିଶା ନିଯୋଗ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା  । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତ ଟାଣିବେ ରଥ  । ଦକ୍ଷିଣ ମୋଡ ପାଇଁ ନିୟୋଜିତ ହେବେ ପୋଲିସ ବାହିନୀ  । ରଥଯାତ୍ରା ପୂର୍ବରୁ ପ୍ରଶାସନିକ କର୍ମଚାରୀ ଓ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ  । ଏବଂ ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଓ ଗାମୁଛା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  । ସେହିପରି ଚଳିତ ବର୍ଷ ରଥଯାତ୍ରାରେ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ  ।  ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ  । ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯି  । ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *